Report Card Odisha

| Daily Odia News

ଚୀନ ଉପରେ ଅତିରିକ୍ତ ୫୦% ଟାରିଫ୍‌ ଘୋଷଣା କଲା ଆମେରିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର ୩୪% ପାରସ୍ପରିକ ଶୁଳ୍କ ଜବାବରେ ଚାଇନା ସମାନ ପରିମାଣର ଜବାବୀ ଶୁଳ୍କ ଲଗାଇଥିଲା। ବେଜିଂ ଏହି ଟାରିଫ୍‌ ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନା ସାମଗ୍ରୀ ଉପରେ ଅତିରିକ୍ତ ୫୦% ଶୁଳ୍କ ଲଗାଯିବା ନେଇ ସୋମବାର ଘୋଷଣା କରିଛନ୍ତି। ୨ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜୋର୍‌ଦାର ହୋଇଥିବାବେଳେ ଚାଇନା ସାମଗ୍ରୀ ଉପରେ ଓ୍ବାଶିଂଟନ ମୋଟ ୮୪% ଟାରିଫ୍‌ ଲଗାଇବାକୁ ଯାଉଛି। ବିଶ୍ୱବ୍ୟାପୀ ସବୁ ଦେଶ ଉପରେ ହ୍ବାଇଟ୍‌ ହାଉସ୍‌ ୧୦% ଶୁଳ୍କ ଲଗାଇଥିବାବେଳେ ଏହାକୁ ମିଶାଇ ଚାଇନା ସାମଗ୍ରୀ ଉପରେ ମୋଟ ୯୪% ଟାରିଫ୍‌ ଲାଗୁ ହେବାକୁ ଯାଉଛି। ଚାଇନାକୁ ପୂର୍ବରୁ ଚେତାବନୀ ଦେଇଥିବା ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌ ସୋସିଆଲ୍‌ରେ ଲେଖିଛନ୍ତି। ଚାଇନା ଆମେରିକୀୟ ସାମଗ୍ରୀ ଉପରେ ଯଥେଷ୍ଟ ଅଧିକ ଶୁଳ୍କ ଲଗାଇଥିବାବେଳେ ପୁଣି ୩୪% ଜବାବୀ ଟିକସ ଘୋଷଣା କରିଥିଲା। ଆମ ଉପରେ ଅଧିକ ଟାରିଫ ଲାଗୁ କଲେ ଆମେ ଆହୁରି ଅଧିକ ଶୁଳ୍କ ଲଗାଇବୁ ବୋଲି ପୂର୍ବରୁ କହିଥିଲୁ। ବେଜିଂ ଯଦି ୩୪% ଶୁଳ୍କ ମଙ୍ଗଳବାର ସୁଦ୍ଧା ପ୍ରତ୍ୟାହାର ନ କରେ, ତେବେ ୯ ତାରିଖରୁ ଏହାର ସାମଗ୍ରୀ ଉପରେ ଅତିରିକ୍ତ ୫୦% ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ୍‌ ସୋମବାର ସ୍ପଷ୍ଟ କରିଦେଇଛନ୍ତି।

Breaking News