Report Card Odisha

| Daily Odia News

ୟେମେନରେ ଆମେରିକାର ଆକ୍ରମଣ,୨୦ ନିହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟେମନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ଆକ୍ରମଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦେଶକ୍ରମେ ଆମେରିକା ସେନା ପକ୍ଷରୁ ୟେମେନରେ ହୁତି ବିଦ୍ରୋହୀମାନେ ଆଡ୍ଡା ଜମାଇଥିବା ଅଞ୍ଚଳରେ ଏୟାରଷ୍ଟ୍ରାଇକ କରାଯାଇଛି। ଏଥିରେ ୨୦ ଜଣ ନିହତ ହୋଇଥିବା ଜଣାପଡ଼ିଛି। ତେବେ ନିହତଙ୍କ ମଧ୍ୟରେ ୧୫ ଜଣ ସାଧାରଣ ନାଗରିକ ରହିଥିବା ହୁତି ପକ୍ଷରୁ ଅଭିଯୋଗ କରାଯାଇଛି। ଆତଙ୍କବାଦୀ ସଂଗଠନ ହୁତିର ବିଦ୍ରୋହୀମାନେ ଲୋହିତ ସାଗରରେ ମାଲବାହୀ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ଲୁଟ୍‌ପାଟ କରିଆସୁଛନ୍ତି। ତା’ ସହିତ ଇସ୍ରାଏଲ ଉପରେ ବି ହୁତି ସଂଗଠନ ଆକ୍ରମଣ ଚଳାଇଛି। ୟେମେନର କିଛି ଅଞ୍ଚଳକୁ କବଜା କରି ଏହି ସଂଗଠନ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ପକ୍ଷରୁ ହୁତି ବିଦ୍ରୋହୀଙ୍କୁ ନିପାତ କରିବା ଲାଗି ସେନାକୁ ଆଦେଶ ଦିଆଯାଇଛି। ଏହା ପରେ ଆମେରିକା ସେନା ପକ୍ଷରୁ ହୁତି ବିଦ୍ରୋହୀ ରହୁଥିବା ଅଞ୍ଚଳରେ ଆକ୍ରମଣ କରାଯାଇଛି। ଅନ୍ୟପଟେ ଆମେରିକାର ଏହି ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ହୁତି ପକ୍ଷରୁ ଚେତାବନୀ ଦିଆଯାଇଛି।

Breaking News