ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ଉତ୍ତର କାରୋଲିନାରେ ଗୁଳିକାଣ୍ଡ ଘଟି ଜଣେ ପୋଲିସ ଅଧିକାରୀଙ୍କ ସମେତ ଅନ୍ୟୂନ ୫ଜଣଙ୍କର ମୃତ୍ୟୁ ଘଟିଛି | ଏକଥା ମେୟର୍ ମାରି-ଆନ୍ ବାଲ୍ଡ୍ୱିନ୍ କହିଛନ୍ତି। ଏହି ଅଘଟଣରେ ୪ଜଣ ଲୋକ ଆହତ ହୋଇଥିବା କଥା ମଧ୍ୟ ରାଲି ପୁଲିସ କହିଛି। ମେୟର୍ଙ୍କ କଥାରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏପି’ ରିପୋର୍ଟ କରିଛି, ସନ୍ଧ୍ୟା ପ୍ରାୟ ୫ଟା ବେଳେ ‘ନୁଜ୍ ରିଭର୍ ଗ୍ରିନ୍ୱେ’ରେ ଏକାଧିକ ବ୍ୟକ୍ତିଙ୍କୁ ଗୁଳି ମରାଯାଇଛି। ସନ୍ଦିଗ୍ଧଙ୍କୁ ଧରାଯାଇଥିବା କଥା ମତେ ପୋଲିସ କହିଛି। ଡାକ୍ତରୀ ଚିକିତ୍ସା ନିମନ୍ତେ ପୀଡ଼ିତମାନଙ୍କୁ ‘ୱେକ୍ମେଡ୍ ହସ୍ପିଟାଲ୍’କୁ ନିଆଯାଇଥିଲା। ଗୋଟାଏ ଗ୍ୟାରେଜ୍ରେ ରାଲି ପୋଲିସ ସନ୍ଦିଗ୍ଧଙ୍କୁ କାବୁ କରିଛି। ‘ଏପି’ ରିପୋର୍ଟ ଅନୁସାରେ, ଗୁରୁବାର ଦିନ ଗୋଟାଏ ଆବାସିକ ସ୍ଥାନ ନିକଟରେ ଗୁଳି ଚଳାଇ ଅନ୍ୟୂନ ୪ଜଣ ବ୍ୟକ୍ତିଙ୍କୁ ଆହତ କରିଥିବା ସନ୍ଦିଗ୍ଧକୁ ଗିରଫ କରାଯାଇଛି।
ଗୁଳିକାଣ୍ଡ ବିଷୟରେ ସୂଚନା ଦେଇ ନାଇଟ୍ଡେଲ୍ ସହର ଟୁଇଟ୍ କରିଛି ଯେ, ପାଖ ସହର ରାଲିରେ ଘଟିଥିବା ଗୁଳିକାଣ୍ଡ ପରେ ଜଣେ ସନ୍ଦିଗ୍ଧଙ୍କୁ ହାଜତକୁ ନିଆଯାଇଛି। ଉତ୍ତର କୋରିଆର ଗଭର୍ଣ୍ଣନର୍ ରୟ କୁପର୍ ମଧ୍ୟ ମେୟର୍ ବାଲ୍ଡ୍ୱିନ୍ଙ୍କ ସହିତ କଥାବାର୍ତ୍ତା କରି ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..