Report Card Odisha

| Daily Odia News

ପୁଟିନଙ୍କ ପ୍ରମିକା ଉପରେ ପ୍ରତିବନ୍ଧକ ଲଗାଇଲେ ବାଇଡେନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ ପ୍ରମିକା ଉପରେ ପ୍ରତିବନ୍ଧକ ଲଗାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। କେବଳ ପୁଟିନଙ୍କ ପ୍ରେମିକା ନୁହେଁ ରୁଷର କିଛି ବଛା ବଛା ବ୍ୟକ୍ତିଙ୍କ ଉପରେ ମଧ୍ୟ ଅଙ୍କୁଶ ଲଗାଇଛି ଆମେରିକା। ଆମେରିକାର ଅର୍ଥ ମନ୍ତ୍ରାଳୟ ମଙ୍ଗଳବାର ଦେଇଥିବା ସୂଚନା ମୁତାବକ, ଆମରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ପ୍ରଶାସନ ପୂର୍ବତନ ଅଲିମ୍ପିକ୍ ଜିମ୍ନାଷ୍ଟ ଓ ରାଜ୍ୟ ଡ୍ୟୁମାର ପୂର୍ବତନ ସଦସ୍ୟ (ରୁଷ ସଂସଦର ନିମ୍ନ ଗୃହ) ଆଲିନା କାବେଭାଙ୍କ ଭିସା ସିଜ୍‌ କରିବା ସହ ତାଙ୍କ ସମ୍ପତ୍ତି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। କାବେଭା ରୁଷର ଏକ ମିଡିଆ କମ୍ପାନୀର ମୁଖ୍ୟ ଅଟନ୍ତି, ଯିଏ ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ସମର୍ଥନ କରୁଥିବା ଆମେରିକା ମନ୍ତ୍ରାଳୟ କହିଛି।

Breaking News