Report Card Odisha

| Daily Odia News

ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କଲା ଆମେରିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିବାଦ ପରେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କଲା ଆମେରିକା। ସୋମବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ଉପରେ ରୁଷ ସହିତ ଶାନ୍ତି ଆଲୋଚନା ପାଇଁ ଚାପ ପକାଇବାକୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ, ୩ବର୍ଷ ଧରି ରୁଷ୍-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଟ୍ରମ୍ପ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିବା ଉପରେ ଧ୍ୟାନ ଦେଉଛନ୍ତି ଏବଂ ଜେଲେନସ୍କି ମଧ୍ୟ ସେହି ଲକ୍ଷ୍ୟ ରଖନ୍ତୁ ବୋଲି ସେ ଚାହୁଁଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀ ଜଣକ ନ୍ୟୁଜ୍ ଏଜେନ୍ସି ଏପିକୁ ସୂଚନା ଦେଇ କହିଛନ୍ତି ଯେ, ଆମେରିକା ଯୁଦ୍ଧର ବିରାମ ପାଇଁ ଏବେ ସାମରିକ ସହାୟତାକୁ ରୋକି ସ୍ଥିତିର ସମୀକ୍ଷା କରିବ। ଏହା ପରେ ଆଗାମୀ ପଦକ୍ଷେପ ନିଆଯିବ। ହ୍ୱାଇଟ୍ ହାଉସର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ୍ ଭିତରେ ଏପର୍ଯ୍ୟନ୍ତ ନଥିବା ସମସ୍ତ ସାମରିକ ଉପକରଣ ଉପରେ ହିଁ ରୋକ୍ ଲଗାଯିବ। ଗତ ସପ୍ତାହରେ ଜେଲେନସ୍କି କରିଥିବା ଖରାପ ଆଚରଣ ପାଇଁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯଦି ଜେଲେନ୍ସକି ୟୁକ୍ରେନ୍‌ରେ ଯୁଦ୍ଧ ସମାପ୍ତ କରିବା ପାଇଁ ପୁଣି ଆଲୋଚନା କରିବାକୁ ଅନୁରୋଧ କରନ୍ତି ତେବେ ଯାଇ ବିରତି ପ୍ରତ୍ୟାହାର କରାଯାଇପାରିବ। ରୋକ୍ ଲାଗିଥିବା ସାମରିକ ଅସ୍ତ୍ରରେ ରହିଛି ଆଣ୍ଟି-ଟ୍ୟାଙ୍କ୍ ଅସ୍ତ୍ରଶସ୍ତ୍ର, ହଜାର ହଜାର ତୋପ ଏବଂ ରକେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର।

Breaking News