Report Card Odisha

| Daily Odia News

କୋର୍ଟକୁ ‘ଶେଷ ବିକଳ୍ପ ଭାବିବା ଉଚିତ୍’: ଏନ.ଭି ରମଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଥମେ ଆଲୋଚନା ମାଧ୍ୟମରେ ରାସ୍ତା ବାହାର କରନ୍ତୁ, ନହେଲେ ଅଦାଲତର ଦ୍ୱାରସ୍ଥ ହୁଅନ୍ତୁ । ଶନିବାର ଦିନ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା କୌଣସି ବି ବିବାଦର ସମାଧାନ ପାଇଁ ବିକଳ୍ପ-ବିବାଦ-ସମାଧାନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମଧ୍ୟସ୍ଥତା ଏବଂ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ନହେଲେ କୋର୍ଟକୁ ‘ଶେଷ ବିକଳ୍ପ ଭାବିବା ଉଚିତ୍ ବୋଲି କହିଛନ୍ତି । ମଧ୍ୟସ୍ଥତା କେନ୍ଦ୍ରର ଉଦଘାଟନ ସମାରୋହକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି କହିଛନ୍ତି, କୋର୍ଟ ଯିବା ପୂର୍ବରୁ ପ୍ରଥମେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ କରିବା ଉଚିତ୍। ଏନଭି ରମନା କହିଛନ୍ତି, ମଧ୍ୟସ୍ଥତା ମାଧ୍ୟମରେ ଅଳ୍ପ ସମୟରେ ସମସ୍ୟାର ସମାଧାନ ମିଳିପାରିବ। ବର୍ଷ ବର୍ଷ ଧରି କୋର୍ଟ କଚେରୀ ଚକ୍କରରେ ସମୟ ବରବାଦ୍ କରିବା ଉଚିତ୍ ନୁହେଁ। ସଂପତ୍ତିର ଭାଗବଣ୍ଟା ପରିବାରର ସଦସ୍ୟଙ୍କ ଦ୍ଵାରା ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ କରାଯିବା ଉଚିତ୍। ଏହା ବ୍ୟତୀତ ସେ ବିଭିନ୍ନ ନ୍ୟାୟାଳୟରେ ପଡି ରହିଥିବା ମାମଲାର ଶୀଘ୍ର ସମାଧାନ ଉପରେ ମଧ୍ୟ ଜୋର ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି କହିଛନ୍ତି, ମହାଭାରତରେ ମଧ୍ୟ ମଧ୍ୟସ୍ଥତା ଉଲ୍ଲେଖ ରହିଥିଲା। ଆମକୁ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ କରିବା ଉଚିତ୍। ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ମଧ୍ୟସ୍ଥତାର ଉଦ୍ୟମ କରିଥିଲେ। ଯେ ପର୍ଯ୍ୟନ୍ତ ସମ୍ଭବ ମହିଳାଙ୍କୁ ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବା ଉଚିତ୍। ହାଇଦ୍ରାବାଦ ଅନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ରର ସ୍ଥାପନା ଅବସରର ଏହା କହିଛନ୍ତି ପ୍ରଧାନ ବିଚାରପତି ଏନଭି ରମନା। ସେ ହାଇଦ୍ରାବାଦର ମଧ୍ୟସ୍ଥତା କେନ୍ଦ୍ରର ତୁଳନା ସିଙ୍ଗାପୁର ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଲଣ୍ଡନ ଇଣ୍ଟରନ୍ୟାସନାଲ ସେଣ୍ଟରପରି ମଧ୍ୟସ୍ଥତା ସଂସ୍ଥା ସହ କରିଛନ୍ତି।

 

Breaking News