ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାକୁ କଡା ଚେତାବନୀ ଦେଇଛି ଋଷ । ଷଡ଼ଯନ୍ତ୍ର ବନ୍ଦ କର, ନହେଲେ ତୁମକୁ ତୁମ ଜାଗା ଦେଖାଇ ଦେବୁ | ଆଜି ଆମେରିକାକୁ ଚେତାଇ ଦେଇଛି ଋଷ । ତା ସହିତ ପଶ୍ଚିମ ଦେଶଗୁଡ଼ିକ ଠାରୁ ଋଷକୁ ଅଲଗା କରିବା ପାଇଁ ଆମେରିକା ଷଡ଼ଯନ୍ତ୍ର କରୁଛି ବୋଲି ମସ୍କୋ ଅଭିଯୋଗ ଲଗାଇଛି। ଋଷର ପୂର୍ବତନ ରାଷ୍ଟ୍ରପତି(୨୦୦୮-୨୦୧୨) ତଥା ବର୍ତ୍ତମାନର ଋଷ ସୁରକ୍ଷା କାଉନ୍ସିଲର ଡେପୁଟି ସେକ୍ରେଟେରୀ ଥିବା ଦିମିତ୍ରୀ ମେଦଭେଦେଭ୍ ଆମେରିକାକୁ ଏହି ଚେତାବନୀ ଦେଇଛନ୍ତି। ଆମେରିକା ଋଷକୁ ତଳିତଳାନ୍ତ କରିବା ପାଇଁ ଋଷ ବିରୋଧରେ ଘୃଣା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି। ହେଲେ ଆମେରିକାର ଏହି ଚାଲ୍ କେବେ ସଫଳ ହେବ ନାହିଁ। ଆମେ ଆମର ସବୁ ଶତ୍ରୁଙ୍କୁ ଅଟକାଇବାର କ୍ଷମତା ରଖୁଛୁ ବୋଲି ଦିମିତ୍ରୀ କହିଛନ୍ତି। ଫେବ୍ରୁଆରୀ ୨୪ ତାରିଖ ଠାରୁ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଦିନ ଠାରୁ ଆମେରିକା ଓ ତାର ୟୁରୋପୀୟ ଓ ଏସୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଋଷ ଉପରେ ନାନା ପ୍ରତିବନ୍ଧକ ଲଗାଇଛନ୍ତି। ବିଦେଶୀ କମ୍ପାନୀଗୁଡ଼ିକ ଋଷରେ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ କରିଦେଇଛନ୍ତି। ତେବେ ଋଷର କହିବା କଥା ହେଲା ଆମେରିକା ୟୁକ୍ରେନ୍କୁ ହାତ କରି ଋଷକୁ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ତେଣୁ ଋଷ ଏହା ବିରୋଧ କରୁଛି। ରାଷ୍ଟ୍ରପତି ବ୍ଲାଦିମିର ପୁଟିନ କହିଛନ୍ତି “ଯାହାକୁ ସେମାନେ ୟୁକ୍ରେନ୍ ଉପରେ ସେନା କାର୍ଯ୍ୟାନୁଷ୍ଠାନ ବୋଲି କହୁଛନ୍ତି ତାହା ପ୍ରକୃତରେ ଦରକାର ଥିଲା। କାରଣ ଆମେରିକା ୟୁକ୍ରେନ୍କୁ ବ୍ୟବହାର କରି ଋଷରେ ନରସଂହାର କରିବାକୁ ଚେଷ୍ଟା କରୁଥିଲା। ତେଣୁ ଏହାକୁ ପ୍ରତିରୋଧ କରିବାର ପୂର୍ଣ୍ଣ କ୍ଷମତା ଓ ଅଧିକାର ଋଷ ପାଖେ ରହିଛି।” ଏପଟେ ୟୁକ୍ରେନ୍ କହୁଛି ଯେ ଋଷ ଆମ ଉପରେ ତା ବଳ ଦେଖାଇବା ପାଇଁ ଆକ୍ରମଣ କରିଛି। ଆମର ଅସ୍ତିତ୍ୱ ଲିଭାଇ ଦେବାକୁ ଋଷ ଚାହୁଁଛି। ଆଉନ ଆମେ ଆମର ଅସ୍ଥିତ୍ୱ ପାଇଁ ଲଢେଇ ଜାରି ରଖୁଛୁ। ପୁଟିନ ଯେଉଁ ନରସଂହାର କଥା କହୁଛନ୍ତି ତାହା ଏକଦମ୍ ଫାଲ୍ତୁ କଥା।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……