ରିପୋର୍ଟ କାର୍ଡ / ଭୁବନେଶ୍ବର
ଅଶାନ୍ତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର | ବୁଲୁଛି ଖଣ୍ଡା, ଭୁଜାଲି ଫୁଟୁଛି ଗୁଳି | ଶୁକ୍ରବାର ବାଣୀବିହାର ପରିସରରେ ବୁଲିଲା ଖଣ୍ଡା ଓ ଭୁଜାଲି। ଉତ୍କଳ ବିଶ୍ବବିଦ୍ୟାଳୟର ପୁରୁଣା କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଛି। ଉଭୟ ଛାତ୍ରଗୋଷ୍ଠୀ ଗାଳିଗୁଲଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ। କିଛି ଗାଡ଼ି ଭଙ୍ଗାରୁଜା ସହ ଠେଙ୍ଗାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..