ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ ମଧ୍ୟରେ ଫସିରହିଥିବା ୪୧ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ଏହାରି ଭିତରେ ଖବର ଆସିଛି କି ଟନେଲ ଭିତରେ ଫସିଥିବା ତିନିଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଶ୍ରମିକଙ୍କ ସ୍ବାସ୍ଥ୍ୟର ଯାଞ୍ଚ ପାଇଁ ସୁଡ଼ଙ୍ଗ ନିକଟରେ ନିୟୋଜିତ ଥିବା ଡାକ୍ତର କହିଛନ୍ତି, ସୁଡ଼ଙ୍ଗ ଭିତରେ ଥିବା ଶ୍ରମିକଙ୍କ ମଧ୍ୟରୁ ତିନିଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଉକ୍ତ ଶ୍ରମିକମାନଙ୍କ ବାନ୍ତି ହେବା ସହିତ ଛାତିରେ ଯନ୍ତ୍ରଣା ହେଉଥିବା ସେମାନେ କହିଛନ୍ତି। ଏହାପରେ ପାଇପ ଯୋଗେ ତିନିଜଣ ଅସୁସ୍ଥ ଶ୍ରମିକଙ୍କ ନିକଟକୁ ଔଷଧ ପଠାଯାଇଛି। ଏମିତି କି କିଛି ଶ୍ରମିକମାନେ ଖାଇବା ଛାଡ଼ି ଦେଇଛନ୍ତି। ସେମାନେ ସକାଳୁ କିଛି ଖାଉ ନାହାନ୍ତି। ତେଣୁ ତିନିଜଣ ମନୋଚିକିତ୍ସକ ଡାକ୍ତରଙ୍କୁ ଉକ୍ତ ଶ୍ରମିକମାନଙ୍କ ସହିତ କଥା ହେବା ପାଇଁ ଡକାଯାଇଛି। ଅସୁସ୍ଥ ଶ୍ରମିକମାନେ ନିଜଲୋକଙ୍କ ସହିତ କଥା ହୋଇ ଭାବବିହ୍ବଳ ହୋଇପଡ଼ିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, ଉଦ୍ଧାର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ମିଳିମିଶି କାର୍ଯ୍ୟ କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୬ ମିଟର ଲେଖାଏଁର ଆଉ ୨ଟି ପାଇପ୍ ଭିତରକୁ ଯିବ। ଦ୍ବିତୀୟ ପାଇପ୍ଟି ଉଦ୍ଧାର କାର୍ଯ୍ୟରେ ସଫଳତା ଆଣିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……