Report Card Odisha

| Daily Odia News

ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ମଙ୍ଗ ଧରିବେ ପ୍ରିୟଙ୍କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶ କଂଗ୍ରେସର ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ ପ୍ରିୟଙ୍କା ଗାନ୍ଧି ଭଦ୍ରା। କାରଣ ପ୍ରିୟଙ୍କା ହେଉଛନ୍ତି ରାଜ୍ୟର ସବୁଠୁ ଲୋକପ୍ରିୟ ରାଜନୈତିକ ଚେହେରା ବୋଲି ସୂଚନା ଦେଇଛନ୍ତି କଂଗ୍ରେସର ନିର୍ବାଚନ ପ୍ରଚାର ଅଭିଯାନ ସମିତିର ନବନିଯୁକ୍ତ ପ୍ରମୁଖ ପି ଏଲ୍‌ ପୁନିଆ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଓବିଜେପି ମଧ୍ୟରେ ସୁଧାସଲଖ ପ୍ରତିଦ୍ବନ୍ଦ୍ବିତା ହେବ। କାରଣ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଦୁହେଁ ନିର୍ବାଚନରୁ ଓହରି ଯାଇଛନ୍ତି। ପ୍ରିୟଙ୍କା ଗାନ୍ଧି ଜନସାଧାରଣଙ୍କ ନ୍ୟାୟ ଦାବିରେ କେନ୍ଦ୍ର ସରକାରଙ୍କ ସହ ଲଢ଼ି ଆସିଛନ୍ତି। ସୋନଭଦ୍ର ଘଟଣା ହେଉ ବା ଉନାଓର ହାଥରସ୍‌ ଅବା ଲଖିମପୁର ଖେରି ଘଟଣା ସବୁଠି ପ୍ରିୟଙ୍କା ପ୍ରଥମେ ଯାଇ ପୀଡ଼ିତଙ୍କ ପାଖରେ ପହଞ୍ଚିଛନ୍ତି। ପ୍ରିୟଙ୍କାଙ୍କ ପ୍ରତି ଜନସାଧାରଣଙ୍କ ଯଥେଷ୍ଟ ସମର୍ଥନ ରହିଛି। ତାଙ୍କର କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ଯୋଗ୍ୟତା ରହିଛି ବୋଲି ପୁନିଆ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଗତ ଶୁକ୍ରବାର ଦଳ ପକ୍ଷରୁ ଘୋଷଣା କରାଯାଇଥିବା ୨୦ ସଦସ୍ୟ ବିଶିଷ୍ଟ ନିର୍ବାଚନ ପ୍ରଚାର ଅଭିଯାନ ସମିତିର ପ୍ରମୁଖ ଭାବେ ପୁନିଆଙ୍କ ନାମ ଘୋଷିତ ହୋଇଛି।

 

Breaking News