Report Card Odisha

| Daily Odia News

ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଲାଗୁ କରିବାକୁ ଯାଉଛନ୍ତି ନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏନେଇ ଏକ ବଡ ଅପଡେଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। କହିଛନ୍ତି ଯେ, ୟୁସିସି କମିଟି ଡ୍ରାଫ୍ଟ(ଚିଠା) ପ୍ରସ୍ତୁତ କରିସାରିଛି। କମିଟି ପ୍ରସ୍ତୁତ କରିଥିବା ଚିଠା ଫେବ୍ରୁଆରୀ ୨ରେ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ଦାଖଲ କରାଯିବ। ସେ ଆହୁରି କହିଛନ୍ତି, ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ନେଇ ଆମେ ପ୍ରତିଶ୍ରୁତି ଦେଇଥିଲୁ। କମିଟି ତାର କାର୍ଯ୍ୟ ଶେଷ କରିଛି ଏବଂ ରିପୋର୍ଟକୁ ଫେବ୍ରୁଆରୀ ୨ରେ ସରକାରଙ୍କ ନିକଟରେ ଦାଖଲ କରିବ। ଏହା ପରେ ଏହାକୁ କ୍ୟାବିନେଟକୁ ଅଣାଯିବ ଏବଂ ପରେ ବିଧାନସଭାରେ ଉପସ୍ଥାପିତ କରାଯିବ। ବିଧାନସଭାରେ ପାରିତ ହେବା ପରେ ରାଜ୍ୟରେ ଏକକ ନାଗରିକ ସଂହିତା ଆଇନ ଲାଗୁ ହେବ ବୋଲି ଧାମି କହିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ୟୁସିସି ଲାଗୁ କରିବା ନେଇ ବିଜେପି ପ୍ରତିଶୃତି ଦେଇଥିଲା। ତାଙ୍କ ସରକାର କ୍ଷମତାକୁ ଫେରିବା ପରେ ରାଜ୍ୟରେ ୟୁସିସି ଲାଗୁ କରିବ ବୋଲି ବିଜେପି କହିଥିଲା। ଏହାପରେ ୨୦୨୩ରେ ଏକ ୟୁସିସି କମିଟି ଗଠନ କରି ଚିଠା(ଡ୍ରାଫ୍ଟ) ପ୍ରସ୍ତୁତ କରିବାକୁ କହିଥିଲେ ଧାମି ସରକାର। ବର୍ତ୍ତମାନ ଏହି ଡ୍ରାଫ୍ଟ ଦାଖଲ ହେବା ନେଇ ଧାମି ସୂଚନା ଦେଇଛନ୍ତି।

Breaking News