ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକ ବେଆଇନ୍ ମଦ୍ରାସା ଭାଙ୍ଗିବାକୁ ନେଇ ଗତକାଲିଠୁ ଉତ୍ତରାଖଣ୍ଡର ହଲଦ୍ୱାନୀ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଅନାୟତ। ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ଏଯାବତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ସ୍ଥିତି ଅଣାୟତ୍ତ ହେବାରୁ ହଲଦ୍ୱାନୀ ସହରରେ କର୍ଫ୍ୟୁ ଜାରି କରାଯାଇଛି । ଅଧିକ ଗଣ୍ଡଗୋଳ ଆଶଙ୍କାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଂସାକୁ ନଜରରେ ରଖି ହଲଦ୍ୱାନୀର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ଶାନ୍ତି ରକ୍ଷା ନିମନ୍ତେ ଲୋକମାନଙ୍କୁ ଅପିଲ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଉଲ୍ଲେଖ ଯୋଗ୍ୟ- କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହଲଦ୍ୱାନୀ ଜିଲ୍ଲାରେ ଥିବା ଏକ ବେଆଇନ ମଦ୍ରାସା ଭାଙ୍ଗିବାକୁ ଗତକାଲି ପ୍ରଶାସନିକ ଟିମ୍ ଓ ପୋଲିସ ପହଞ୍ଚିଥିଲେ। ଜେସିବି ଦ୍ୱାରା ମଦ୍ରାସାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବା ମାତ୍ରେ ହୋଇଥିଲା ପଥର ମାଡ଼।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..