ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡଃ ଭି ଅନନ୍ତ ନାଗେଶ୍ୱରନଙ୍କ କାର୍ଯ୍ୟକାଳକୁ ୨ ବର୍ଷ ବୃଦ୍ଧି କରିଛନ୍ତି। ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୨ ଜାନୁଆରୀ ୨୮ରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଡଃ ନାଗେଶ୍ୱରନ ଅର୍ଥନୈତିକ ନୀତି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୬.୩%-୬.୮% ରହିବ ବୋଲି ଆକଳନ କରାଯିବାର କିଛି ସପ୍ତାହ ପରେ ଅର୍ଥନୀତିରେ ସୁଧାର ଆସିବାର ସଙ୍କେତ ଦେଖିବାକୁ ମିଳିଛି। ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୬.୪% ରହିବ ବୋଲି ସରକାରଙ୍କ ଆଗୁଆ ଆକଳନ କରାଯାଇଛି। ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ପାର୍ଟ ଟାଇମ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ଏବଂ ଭାରତ ଓ ସିଙ୍ଗାପୁରର ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିଛନ୍ତି। ଡଃ ନାଗେଶ୍ୱରନ୍ ଆଇଆଇଏମ୍ ଅହମ୍ମଦାବାଦରୁ ଏମବିଏ ଏବଂ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟରୁ ଫାଇନାନ୍ସରେ ପିଏଚଡି କରିଛନ୍ତି। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁଯାୟୀ ଗତ ୧୭ ତାରିଖରେ ଅନୁଷ୍ଠିତ କ୍ୟାବିନେଟର ନିଯୁକ୍ତି କମିଟି ବୈଠକରେ ଡଃ ଭି ଅନନ୍ତ ନାଗେଶ୍ୱରନଙ୍କ ଚୁକ୍ତି ଭିତ୍ତିକ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ କାର୍ଯ୍ୟକାଳ ୩୧.୦୩.୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
More Stories
ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ୍,୩୧ ମୃତ, ୫୦ ଆହତ……
ପଳାତକ ମେହୁଲ ଚୋକସିକୁ ଗିରଫ କଲା ପୋଲିସ…..
୫ ଦେଶରେ ଭୂମିକମ୍ପ ଝଟକା…..