Report Card Odisha

| Daily Odia News

ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ବିଶ୍ୱବିଦ୍ୟାଳୟ ସଂରକ୍ଷଣ ସଂଶୋଧନ ଆଇନ ଆସିବା ପରେ ବାଟ ଫିଟିଛି। ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦିଆସରିଛି। ଅଣଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ଏସ୍‌ଏସ୍‌ବିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ପୂର୍ବରୁ ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ OPSCକୁ ଦାୟିତ୍ୱ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

Breaking News