Report Card Odisha

| Daily Odia News

୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଦେହରେ ହେବ ଭାକସିନ୍‌ ଟ୍ରାଏଲ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨ରୁ ୧୮ ବର୍ଷ ବ୍ୟକ୍ତିଙ୍କ ଉପରେ ଟିକା ଟ୍ରାଏଳ ନେଇ ଡିସିଜିଆଇ ଅନୁମତି ପ୍ରଦାନ କରିଛନ୍ତି । ‘ଡିଜିସିଆଇ’ କହିଛନ୍ତି, ତନ୍ନତନ୍ନ କରି ପରୀକ୍ଷା କରିବା ପରେ ‘ଏସ୍‌ଇସି’ର ସୁପାରିସକୁ ଗ୍ରହଣ କରାଯିବା ସହ ‘କୋଭାକ୍ସିନ୍‌’ର ଉତ୍ପାଦନକାରୀ ‘ଭାରତ ବାୟୋଟେକ୍‌’କୁ ଉପରୋକ୍ତ ଅନୁମତି ପ୍ରଦାନ କରାଯାଇଛି। ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨ ରୁ ୧୮ ବର୍ଷ ବୟସ୍କମାନଙ୍କ ଦେହରେ ‘କୋଭାକ୍ସିନ୍‌’ ପରୀକ୍ଷା କରିବା ପାଇଁ ‘ବିଶେଷଜ୍ଞ କମିଟି’ର ଅନୁମୋଦନ ଲାଭ କରିଥିବା କଥା ବୁଧବାର ଦିନ ହାଇଦ୍ରାବାଦର ଔଷଧ ଉତ୍ପାଦନକାରୀ ‘ଭାରତ ବାୟୋଟେକ୍‌’ କହିଥିଲା। ଏଥର‘ ଭାରତ ବାୟୋଟେକ୍‌’ ‘ଦିଲ୍ଲୀ ଏମ୍ସ୍‌’, ‘ପାଟନା ଏମ୍ସ୍‌’ ଏବଂ ନାଗପୁରସ୍ଥିତ ‘ମେଡିଟ୍ରିନା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍‌’ ସମେତ ବିଭିନ୍ନ ସ୍ଥାନରେ ୫୨୫ଜଣ ସ୍ବେଚ୍ଛାସେବୀଙ୍କ ଦେହରେ ତା’ର ଟିକା ପରୀକ୍ଷା କରିବ। ମେ ପହିଲା ଠାରୁ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ବିହାର, ଗୁଜରାଟ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ଦେଶର ୧୮ଟି ରାଜ୍ୟକୁ ସିଧାସଳଖ ‘କୋଭାକ୍ସିନ୍‌’ ଯୋଗାଣ ହୋଇ ଆସୁଛି ବୋଲି ‘ଭାରତ ବାୟୋଟେକ୍‌’ ଟୁଇଟ୍‌ କରି ସୂଚନା ଦେଇଛି।

Breaking News