ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ ପାଇଁ ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନରେ ଟିକାକରଣ ପାଇଁ ବିଏମସି ନିର୍ଦ୍ଧାରଣ କରିଛି। ସେଠାରେ ଲୋକେ ଯାଇ ଭ୍ୟାକ୍ସିନ ନେଇପାରିବେ। ଖୁବଶୀଘ୍ର ଏ ସଂପର୍କରେ ସୂଚନା ଦିଆଯିବ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି । ଅନ୍ୟପଟେ ମାତ୍ର ୧୦୦ ଟଙ୍କା ପ୍ରୋସେସିଂ ଫି ଦେଇ ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନ୍ ନେଇ ହେବ ବୋଲି କହିଥିଲେ ସରକାର । ତେବେ ବିଏମ୍ସି ପକ୍ଷରୁ ଏଯାଏଁ ଘରୋଇ ହସ୍ପିଟାଲକୁ କୌଣସି ଟିକା ଦିଆଯାଇନାହିଁ। ବିଏମ୍ସି ପାଖକୁ ମାତ୍ର ଦେଢ଼ ଲକ୍ଷ ଟିକା ଆସିଥିଲା। ଟିକାକରଣ ପାଇଁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ୍ ବୁକିଂ ସରିଥିବାରୁ ସେଗୁଡିକ କ୍ୟାନ୍ସଲ କରିହେବ ନାହିଁ। ଫଳରେ ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇ ନ ଥିବା ବିଏମ୍ସି କମିଶନର କହିଛନ୍ତି। ତେବେ ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଏହା ଯୋଗାଇ ଦିଆଯିବ। ଟିକା ପ୍ରଦାନ ପାଇଁ ବିଏମ୍ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୧ଟି ହସ୍ପିଟାଲକୁ ସିଲେକ୍ଟ କରାଯାଇଥିଲା। ବର୍ତ୍ତମାନ ରାଜଧାନୀରେ ପାଖାପାଖି ୫ ଲକ୍ଷ ଲୋକେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଲେଣି।






More Stories
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..
ୟୁଟ୍ୟୁବର ହତ୍ୟା ମାମଲା:୩ ଗିରଫ, ଛୁରୀ ଜବତ…..