ରିପୋର୍ଟ କାର୍ଡ / କଟକ
ଗିରଫଦାରୀକୁ ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ମହାନ୍ତି ଜଣେ କର୍ମଚାରୀଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ପକ୍ଷରୁ ନୋଟିସ୍ ପାଇବା ପରେ ବର୍ଷା ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାଙ୍କ ସମେତେ ତାଙ୍କ ମା’ ଦୀପା ସାହୁ ଓ ଜଣେ ଝିଆରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ବେଳେ ୩ ଜଣ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅନୁଭବଙ୍କ ଦିଲ୍ଲୀସ୍ଥିତ କ୍ୱାର୍ଟର୍ସରେ ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଚଳିତ ଜୁଲାଇ ମାସ ୨୨ତାରିଖରେ ଏସ-ଏସଟି ଆଣ୍ଡରେ ମାମଲା ରୁଜୁ କରିଛି । ତେବେ ଅନୁଭବଙ୍କ ବ୍ୟକ୍ତିଗତ ସହାୟକଙ୍କ ସହ ଏହି ଘଟଣା ୨୦୧୯ ଜୁଲାଇ ୯ ତାରିଖରେ ଘଟିଥିଲା । ବର୍ଷା, ତାଙ୍କ ମା’ ଓ ଝିଆରୀ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା, ଦୁର୍ବ୍ୟବହାର କରିବା, ଧମକଚମକ ଦେବା ଆଦି ନେଇ ଦିଲ୍ଲୀର ଏକ ଥାନାରେ ଅଭିଯୋଗ ହୋଇଥିଲା।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..