Report Card Odisha

| Daily Odia News

ଆଜିର ଦିନ ଭାରତର ପରିଚୟ କହିବ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀରେ ‘ବୀର ବଲ ଦିବସ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ବେଳେ ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି, ମୁଁ ଆଜି ଭାଗ୍ୟବାନ ମନେ କରୁଛି । କାରଣ ଆଜିର ଦିନକୁ ଅର୍ଥାତ୍ ୨୬ ଡିସେମ୍ବରକୁ ‘ବୀର ବଲ ଦିବସ’ ଭାବେ ଘୋଷଣା କରିବାର ସୁଯୋଗ ପାଇଛି । ଏହି ଦିବସ ଆମକୁ ସର୍ବଦା ସ୍ମର କରାଇବ ଗୁରୁଙ୍କ ଅବଦାନ କ’ଣ | ଦେଶର ଆତ୍ମସମ୍ମାନ ପାଇଁ ଶିଖ୍ ପରମ୍ପରାର ବଳିଦାନ କ’ଣ | ଏହି ଦିବସ ଭାରତର ପରିଚୟକୁ କହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉଦବୋଧନରେ କହିଛନ୍ତି । କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା | ଆସନ୍ତା ବର୍ଷ ଠାରୁ ଏହି ଦିନକୁ ଛୁଟିଦିନ ଘୋଷଣା କରାଯିବା ଉଚିତ୍ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତାହା ସହ ଆଜିର ଦିନ ଏକ ନୂତନ ଇତିହାସ ସୃଷ୍ଟି କରିଛି ବୋଲି ସାଧାରଣ ଜନତା କହିଛନ୍ତି ।

Breaking News