ରିପୋର୍ଟ କାର୍ଡ / ଭୁବନେଶ୍ୱର
ଢେଙ୍କାନାଳ ଜିଲ୍ଲା ଭେରୁଣିଆ ଗ୍ରାମର ପଲ୍ଲୀଶ୍ରୀ ଯୁବକ ସଂଘ ଆନୁକୁଲ୍ୟରେ ସରସ୍ୱତୀ ପୂଜା ଅବସରରେ ମା ବାଗ୍ଦେବୀଙ୍କ ପୂଜାର୍ଚ୍ଚନା ସହ ଭେରୁଣିଆ ପ୍ରତିଭା ସମ୍ମାନ ସମାରୋହ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ସୁନାମଧନ୍ୟ ଗାୟିକା ଅସୀମା ପଣ୍ଡା ଏବଂ ସାଥୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରର ବିଭିନ୍ନ ବର୍ଗରେ ନିଜର ପାରଦର୍ଶିତା ଦେଖାଇ ଥିବା ପ୍ରତିଭାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ରୂପେ ବ୍ଲକର ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ବରିଷ୍ଠ ଶିକ୍ଷକ, ସମାଜସେବୀ ଓ ଭୁବନେଶ୍ୱର ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ବିଶ୍ୱଜିତ୍ ପଟ୍ଟନାୟକ, ସରପ ଜୟନ୍ତୀ ଦାସଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ପ୍ରତିଭାମାନଙ୍କୁ ମାନପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ପୂଜାର ପରମ୍ପରାକୁ ବଜାୟ ରଖି ପାରିଥିବାରୁ ସଂଘର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….