Report Card Odisha

| Daily Odia News

ହିନ୍ଦୀ ଟେଲି ଧାରାବାହିକର ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ ଓ ହିନ୍ଦୀ ଟେଲି ଧାରାବାହିକର ବରିଷ୍ଠ ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ହୋଇଛି । ରବିବାର ରାତି ୮ଟା ବେଳେ ମାତ୍ର ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅନୁପମ। କିଛି ଦିନ ହେବ ଅନୁପମ କିଡ୍‌ନୀରେ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି ।  ଚିକିତ୍ସିତ ସମୟରେ ବହୁ ବଲିଉଡ ତଥା ହିନ୍ଦୀ ଧାରାବାହିକ କଳାକାରମାନେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । ଶେଷରେ ରବିବାର ଦିନ ଜୀବନ ସହିତ ଲଢେଇ କରି ହାରିଯାଇଛନ୍ତି ଅନୁପମ ଶ୍ୟାମ | ଲୋକପ୍ରିୟ ଧାରାବାହିକ ‘ମନକି ଆୱାଜ ପ୍ରତିଜ୍ଞା’ ସିଜନ୍‌-୨ରେ ସେ ଠାକୁର ସଜ୍ଜନ ସିଂହ ନାମକ ଭୂମିକାରେ ଅଭିନୟ କରୁଥିଲେ । ହିନ୍ଦୀ ଧାରାବାହିକ ‘ମନକି ଆୱାଜ ପ୍ରତିଜ୍ଞା’ରେ ତାଙ୍କର ଖଳନାୟକ ଚରିତ୍ର ଦର୍ଶକଙ୍କ ମନକୁ ଜିଣିପାରିଥିଲା । ୨୦୦୯ରୁ ଏହି ପପୁଲାର ଧାରାବାହିକ ପ୍ରସାରଣ ହୋଇଥିଲା । ଏହା ବ୍ୟତୀତ ସେ ‘ଡୋଲି ଅରମାନୋ କି’ଓ ‘କ୍ରିଷ୍ଣା ଚଲି ଲଣ୍ଡନ’ ଲୋକପ୍ରିୟ ଧାରାବାହିକରେ କାମ କରି ଦର୍ଶକଙ୍କଠାରୁ ପ୍ରଶଂସା ସାଉଁଟିଥିଲେ । ବଲିଉଡରେ ସେ ‘ସ୍ଲମ୍‌ଡଗ ମିଲଅନିୟର୍‌’, ‘ବେଣ୍ଡିଡ୍‌ କୁଇନ୍‌’, ‘ସତ୍ୟା’, ‘ଦିଲ୍‌ ସେ’, ‘ହଲ୍ଲା ବୋଲ’, ‘ହଜାରୋଁ ଖ୍ୱାଇସେ ଐସି’, ‘ରକ୍ତ ଚକ୍ର’, ‘କଚ୍ଚେ ଧାଗେ’ ଆଦି ୪୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

Breaking News