ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ସେ କାହିଁକି ହଠାତ୍ ଇସ୍ତଫା ଦେଲେ ସେନେଇ ଚର୍ଚ୍ଚା ଓ ଆଲୋଚନା ହେଉଛି । ସୋମବାର ସଂସଦର ମୌସୁମୀ ଅଧିବେସନ ଆରମ୍ଭ ହୋଇଥିଲା। ଦିନର ପ୍ରଥମାର୍ଦ୍ଧରେ ଧନଖଡ଼ ରାଜ୍ୟସଭାରେ ଅଧ୍ୟକ୍ଷତା କରୁଥିଲେ। ବଡ଼ ସୁଚାରୁ ଢଙ୍ଗରେ ସେ ଗୃହକୁ ପରିଚାଳନା ମଧ୍ୟ କରିଥିଲେ। ଦିନ ତମାମ ସେ ଇସ୍ତଫା ଦେବେ ବୋଲି କେହି ଟେର୍ ପାଇନଥିଲେ। ତେବେ ହଠାତ୍ ସନ୍ଧ୍ୟାରେ ତାଙ୍କ ଇସ୍ତଫା କଥା ପ୍ରଘଟ ହେବା ପରେ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଅବଶ୍ୟ ଧନଖଡ଼ ତାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ନିଦ ପଦରୁ ଇସ୍ତଫା ଦେଇଥିବା କଥା ଲେଖିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଚିକିତ୍ସା ଲାଗି ଆଉ ସେହି ପଦବୀରେ ରହିବେ ନାହିଁ ବୋଲି ରାଷ୍ଟ୍ରପତିଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହିତ ନିଜ ଇସ୍ତଫା ପତ୍ରରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ସାଂସଦମାନଙ୍କୁ ଧନ୍ୟବାଦ ଦେଇଛନ୍ତି।ଆଉ କିଛିଦିନ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ଜଗତ ପ୍ରସାଦ ନଡ୍ଡା ଏହି ପଦବୀରେ ଅଛନ୍ତି। ବିଜେପି ର ବରିଷ୍ଠ ନେତାମାନେ କାହକୁ ସଭାପତି ଭାବରେ ବାଛିବେ ତାହା ତ ଅଲଗା କଥା ମାତ୍ର ଜଣେ ବରିଷ୍ଠ ନେତାଙ୍କୁ ଏହି ପଦବୀରେ ବସାଇବା ଲାଗି କିଛି ମସୁଧା କରାଯାଉଥିବା ଏବେ ଚର୍ଚ୍ଚା ହେଉଛି। 2022 ମସିହାରେ ଧନଖଡ଼ ଉପରାଷ୍ଟ୍ରପତି ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ଆହୁରି ବାକି ରହିଛି। ଏପରି ସ୍ଥଳେ ସେ ଇସ୍ତଫା ଦେବା କଥାକୁ କେହି ସହଜରେ ହଜମ କରିପାରୁ ନାହାଁନ୍ତି।






More Stories
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……
ଏକାଠି ଲଢିବେ ରାଜ ଠାକରେ ଏବଂ ଉଦ୍ଧବ ଠାକରେ…..
ଇଣ୍ଟରନେଟ୍ ସେବା ବନ୍ଦ……