Report Card Odisha

| Daily Odia News

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦବନି ଟିଏମ୍‌ସି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବ ଟିଏମ୍‌ସି। ଦଳ ପକ୍ଷରୁ ଆଜି ଏପରି ନିଷ୍ପତ୍ତି ନିଆଯାଇଛି। ଦଳର ମୁଖ୍ୟ ମମତା ବାନାର୍ଜୀ ଆଜି ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦଳର ସାଂସଦମାନଙ୍କର ବୈଠକ ଡାକିଥିଲେ। ବୈଠକରେ ସର୍ବସମ୍ମତି କ୍ରମେ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନନେବାକୁ ନିଷ୍ପତ୍ତି ହୋଇଛି। ମମତାଙ୍କ ସହ ପରାମର୍ଶରେ ନକରି ମିଳିତ ବିରୋଧୀ ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ଯାହାକୁ ବିରୋଧ କରିଛି ଟିଏମ୍‌ସି। ତେଣୁ ଏହାର ବିରୋଧରେ ଭୋଟିଂରୁ ଦୂରେଇ ରହିବେ ବୋଲି ଟିଏମ୍‌ସି ନିଷ୍ପତ୍ତି ନେଇଛି। ବିରୋଧୀ ଦଳ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗେଟ୍‌ ଅଲ୍‌ଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଅନ୍ୟପଟେ ଏନ୍‌ଡିଏ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଥିବା ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପାଇଁ ଭୋଟିଂ ହେବାକୁ ଥିବା ବେଳେ ଟିଏମ୍ସି ଏଥିରୁ ଦୂରେଇ ରହିବ ବୋଲି ନିଷ୍ପତ୍ତି ନେଇଛି।

 

Breaking News