ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ସଂସଦ ଭବନ ପରିସରରେ ନବନିର୍ମିତ ‘ପ୍ରେରଣା ସ୍ଥଳ’କୁ ଉଦଘାଟନ କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉଦଘାଟନୀ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ଓ ଲୋକସଭାର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ସଂସଦ ଭବନ ପରିସରରେ ଗୋଟିଏ ସ୍ଥାନରେ ମହାନ ନେତା ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ଦେଖିବା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ବିଶିଷ୍ଟ ବ୍ୟକ୍ତି ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରେରଣା ସ୍ଥଳ ନିର୍ମାଣ କରାଯାଇଛି। ଏହି ମହାନ ବ୍ୟକ୍ତିତ୍ୱଙ୍କ ଜୀବନ କାହାଣୀ ଓ ବାର୍ତ୍ତାକୁ ନୂତନ ଜ୍ଞାନକୌଶଳ ଜରିଆରେ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ‘ପ୍ରେରଣା ସ୍ଥଳ’ର ପ୍ରତିମୂର୍ତ୍ତି ଚାରିପଟେ ଲନ୍ ଓ ବଗିଚା କରାଯାଇଛି। ଏଠାରେ ବିଶିଷ୍ଟ ବ୍ୟକ୍ତି ଓ ପର୍ଯ୍ୟଟକମାନେ ସେମାନଙ୍କୁ ସହଜରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କ୍ୟୁଆର୍ କୋଡ୍ ଜରିଆରେ ସେମାନଙ୍କ ଜୀବନ ସମ୍ପର୍କରେ ଜାଣିପାରିବେ।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….