Report Card Odisha

| Daily Odia News

ମହାକୁମ୍ଭରେ ମହିଳାଙ୍କ ଗାଧେଇବା ବେଳର ଭିଡିଓ ବିକ୍ରି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରୟାଗରାଜରେ ଚାଲିଛି ହିନ୍ଦୁ ଧାର୍ମିକ ପର୍ବ ମହାକୁମ୍ଭ । ପ୍ରତେକଦିନ ଦେଶବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି । ଏବେ ମହାକୁମ୍ଭରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତ୍ରିବେଣୀ ସଙ୍ଗମକୁ ବୁଡ଼ ପକାଇବାକୁ ଆସୁଥିବା ମହିଳା ଓ ଯୁବତୀଙ୍କର ଭିଡିଓ ବିକ୍ରି ହେଉଛି। ମହିଳାମାନେ ବୁଡ ପକାଇବା ବେଳର ଓ ଏହା ପରେ ପୋଷାକ ବଦଳିବା ଚିତ୍ର ସବୁ ଇଣ୍ଟରନେଟରେ ବିକ୍ରି କରାଯାଉଛି। ଏନେଇ ଏବେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏଥିରେ କୁହାଯାଉଛି, କୁମ୍ଭରେ ବୁଡ଼ ପକାଉଥିବା ମହିଳାଙ୍କ ଭିଡିଓ ଭାଇରାଲ୍। ଅନଲାଇନରେ ବିକ୍ରି ହେଉଛି ମହିଳାଙ୍କ ବୁଡ଼ ବେଳର ଚିତ୍ର। ସୋସିଆଲ ମି଼ଡିଆରେ ଶହେରୁ ଅଧିକ ଆକାଉଣ୍ଟରେ ବିକ୍ରି ଚାଲିଛି। ଘଟଣା ପଦାକୁ ଆସିବା ପରେ ତତ୍ପର ହୋଇଛି ୟୁପି ପୋଲିସ । ୧୦୧ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଉପରେ କାର୍ଯ୍ୟାନୁଷ୍ଠାନ। ଅନେକଙ୍କୁ ନୋଟିସ ସହ ଗରିଫ କରିବା ସମ୍ଭାବନା। ଭିଡିଓ ହଟାଇବା ପାଇଁ ମେଟା ସଂସ୍ଥାର ନିଆଯାଉଛି ସହଯୋଗ। କୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଏଯାବତ ୫୫ କୋଟିରୁ ଅଧିକ ଲୋକ ବୁଡ ପକାଇ ସାରିଛନ୍ତି। ଏହାରି ଭିତରେ କେତେ ଭିଡିଓ ସୁଟ୍ ହୋଇଛି ତାହା କଳ୍ପନା ବାହାରେ । ଯାହା ୟୁପି ପୋଲିସ ପାଇଁ ଚିନ୍ତା ବଢାଇଦେଇଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି ।

Breaking News