ରିପୋର୍ଟ କାର୍ଡ / ତରଭା
ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଲାବୋରାଟୋରି ଟେକନିସିଆନ୍ ଅକ୍ଷୟ କୁମାର ପଟ୍ଟନାୟକ | ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସୂଚନା ଅନୁଯାୟୀ, ତରଭା ବ୍ଲକ ଅନ୍ତର୍ଗତ ସୂର୍ଯ୍ୟମୁଣ୍ଡା ଗ୍ରାମର ମୁକୁନ୍ଦ ସାହୁଙ୍କଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଲଟି ଅକ୍ଷୟ କୁମାର ପଟ୍ଟନାୟକ ୯ ହଜାର ଟଙ୍କା ଲାଞ୍ଚ ନେଇ ନିଜ ଡ୍ରରେ ରଖୁଥିବା ବେଳେ ପୂର୍ବରୁ ଜଗିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ଏଲଟି ଅକ୍ଷୟ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଟିମ୍ ସୋନପୁର ଭିଜିଲାନ୍ସ ଅଫିସକୁ ସାଙ୍ଗରେ ନେଇଯାଇଥିବା ଜଣାଯାଇଛି। ଅକ୍ଷୟ କୁମାର ପଟ୍ଟନାୟକଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ଜଣାଯାଇଛି। ସେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲଟି ଭାବେ ପ୍ରାୟ ୨୫ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..