Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗ କ୍ୟାସିଅର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଳସେଚନ ବିଭାଗ କ୍ୟାସିଅର | ବାଲେଶ୍ୱର ଜଳସେଚନ ବିଭାଗ ସୁପରିଟେଣ୍ଡିଂ ଇଞ୍ଜିନିୟର ଅଫିସ୍‌ର କ୍ୟାସିଅର ପ୍ରଦୀପ୍ତ କୁମାର ରାଉତ କଣ୍ଟ୍ରାକ୍ଟରଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସମ୍ପୃକ୍ତ ଠିକାଦାର ଜଣକ ଲୋକନାଥ ଜେନା। ସେ ଜଳସେଚନ ବିଭାଗର ଏକ ଠିକା କାମ ନେଇଥିଲେ। କାମ ସରିଥିଲା। ହେଲେ ବିଭାଗ ନିକଟରେ ଜମା କରିଥିବା ସିକ୍ୟୁରିଟି ଜମା ଟଙ୍କାକୁ ଫେରାଇ ପାଇବାରେ ସମ୍ପୃକ୍ତ କ୍ୟାସିୟର ସହଯୋଗ କରୁ ନ ଥିଲେ। ଏହି ଟଙ୍କା ପାଇବାକୁ ହେଲେ ଲାଞ୍ଚ ମାଗିଥିଲେ। ଏନେଇ ଲୋକନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଲେପ ଲଗାଯାଇଥିବା ଟଙ୍କାକୁ ପ୍ରଦୀପ ଜଳସେଚନ ଅଫିସ୍‌କୁ ଯାଇ କାର୍ଯ୍ୟାଳୟରେ ଉପସ୍ଥିତ କ୍ୟାସିୟର ପ୍ରଦୀପ କୁମାର ରାଉତଙ୍କୁ ଦେଇଥିଲେ। ଏହାର କିଛି ସମୟ ପରେ ଭିଜିଲାନ୍ସ ଚଢ଼ାଉ କରି ଏହି ଲାଞ୍ଚ ଟଙ୍କାକୁ ଜବତ କରିବା ସହ ପ୍ରଦୀପଙ୍କୁ ଗିରଫ କରିଥିବା ସୂଚନା ମିଳିଛି |

Breaking News