ରିପୋର୍ଟ କାର୍ଡ / ହିନ୍ଦୋଳ
ପ୍ରଧାନ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ। ଭିଜିଲାନ୍ସ ପକ୍ଷରୁ ଆଜି ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ କରାଯାଉଥିବା ଜଣାଯାଇଛି। ଗତ ଦୁଇ ମାସ ତଳେ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ର ବାହାରକୁ ଶୌଚ ହେବାକୁ ଯାଇଥିଲା। ଏହି ସମୟରେ ଏକ ଖୋଳା ହୋଇଥିବା ନୂଆ କୂଅରେ ପଡ଼ି ମୃତ୍ୟୁବରଣ କରିଥିଲେ। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବୈତ ସାମଲଙ୍କୁ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ ତାଙ୍କୁ ନିଲମ୍ବିତ କରିଥିଲେ। ପରେ ତାଙ୍କଠାରୁ ବିଭିନ୍ନ ସମୟରେ ପଇସା ନେଉଥିଲେ। ଏଥିସହ ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏଥିରେ ଅତିଷ୍ଠ ହୋଇ ପ୍ରଧାନ ଶିକ୍ଷକ ଅଦ୍ବୈତ ସାମଲ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଆଜି ସକାଳୁ ବ୍ଲକ ଶିକ୍ଷାଧିକାରୀ କୁକୁଟା ଛକରେ ରହୁଥିବା ଭଡ଼ାଘରେ ଶିକ୍ଷକ ଅଦ୍ବୈତ ସାମଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଦଶ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଆଜି ଏକ ସମୟରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକଙ୍କ ଭଡ଼ା ଘର ସମେତ କାର୍ଯ୍ୟାଳୟ ଓ ଭଦ୍ରକ ବାସଭବନରେ ଚଢ଼ଉ ଜାରି ରହିଛି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..