ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ବାଟାଲିଅନ ୧ ଢେଙ୍କାନାଳର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା । କଟକ ସିଡିଏ ୧୧ ନିକଟ ମଧୂସୁଦନ ସେତୁ ଉପରୁ ଭିଜିଲାନ୍ସ ଧରିଛି | ଘଟଣାରେ ଅଧିକ ତଦନ୍ତ କରୁଛି ଭିଜିଲାନ୍ସ । ଖବର ଅନୁଯାୟୀ, ଢେଙ୍କାନାଳରୁ କଟକ ଏକ ଲକ୍ଷରୁ ଅଧିକ ଟଙ୍କା ନେଇ ଆସୁଥିଲେ । ତାଙ୍କ ପାଖରେ ଥିବା ଟଙ୍କାକୁ ଜବତ କରିବା ସହ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଚଢାଉରୁ ଭିଜିଲାନ୍ସକୁ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଚଢାଉରେ ମୋଟ ୧୦ ଲକ୍ଷରୁ ଅଧିକ ଜବତ ହୋଇଥିବା ସୂଚନା ମିଳିଛି । କମାଣ୍ଡାଣ୍ଟଙ୍କ ପାଖରେ ଏତେ ପରିମାଣର ସଂପତ୍ତି କେଉଁଠୁ ଆସିଲା । ସେନେଇ ଛାନ୍ଭିନ୍ କରୁଛି ଭିଜିଲାନ୍ସ ।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….