ରିପୋର୍ଟ କାର୍ଡ / ଯାଜପୁର
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଫିସରେ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ | ସେ ଆଟ୍ରୋସିଟି ବିଲ ପାସ୍ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି। ମିଳିଥିବା ସୂଚନା ଅନୁସାରେ, ବଡ଼ସୁଆର ଗ୍ରାମର ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ଆଟ୍ରୋସିଟି ମାମଲାରେ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ରାଶି ଆସିଥିଲା। ହେଲେ ବରିଷ୍ଠ କିରାଣୀ ଏହା ଉପରେ ମୋହର ମାରି ନଥିଲେ। ତେଣୁ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ରାଶି ମିଳି ନଥିଲା। ତେବେ ଏହି ହରିଜନ ଓ ଆଦିବାସୀ କ୍ଷତିପୂରଣ ଅନୁକମ୍ପା ରାଶି ବିଲ ପାସ କରାଇଦେବା ପାଇଁ ସୁବ୍ରତ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।





More Stories
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..