ରିପୋର୍ଟ କାର୍ଡ / ଭୁବନେଶ୍ୱର
୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ (ଜେଇ) ଜି ବୋଇତାଇ। ତାଙ୍କ ସହିତ ଶ୍ରୀକାନ୍ତ ପତି ନାମକ ଜଣେ ଠିକାଦାରଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ଜଣେ ବ୍ୟକ୍ତି ତାଙ୍କ ବାପାଙ୍କ ନାଁରେ ଏକ ବୋରୱେଲ ଖୋଳାଇବା ପାଇଁ ନୟାଗଡ଼ ଜିଲ୍ଲା ଉଠା ଜଳସେଚନ ବିଭାଗରେ ଆବେଦନ କରିଥିଲେ। ତାଙ୍କ କାମ କରି ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ଅଭିଯୋଗକାରୀ ଲାଞ୍ଚ ଟଙ୍କା ଦେବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ପାଖକୁ ଯାଇଥିଲେ। ଉକ୍ତ ଟଙ୍କାକୁ ଠିକାଦାର ଶ୍ରୀକାନ୍ତ ପତିଙ୍କୁ ଦେବାକୁ କନିଷ୍ଠ ଯନ୍ତ୍ରୀ ତାଙ୍କୁ କହିଥିଲେ। ଶ୍ରୀକାନ୍ତ ପତି ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ତାଙ୍କ ସହିତ କନିଷ୍ଠ ଯନ୍ତ୍ରୀ ଜି ବୋଇତାଇଙ୍କୁ ମଧ୍ୟ ଧରିଥିଲେ। ଶ୍ରୀକାନ୍ତ ପତିଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। ଉଭୟ କନିଷ୍ଠ ଯନ୍ତ୍ରୀ ଜି ବୋଇତାଇ ଓ ଠିକାଦାର ଶ୍ରୀକାନ୍ତ ପତିଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..