ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଖୋର୍ଦ୍ଧା ଜିଲ୍ଲା ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣି ତଥା ଆକାଉଣ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ୫ ଲକ୍ଷ ଟଙ୍କାର ଏରିଅର ବିଲ୍ କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେବା ମାଡ଼ି ବସିଛି ଭିଜିଲାନ୍ସ ଟିମ୍। ୨୦୧୮ ମସିହାରୁ ଅବସର ନେଇଥିବା ଖୋର୍ଦ୍ଧା କୋଣାର୍କ ନଗରର ଶିକ୍ଷୟତ୍ରୀ ବିଜୟିନୀ ତ୍ରିପାଠୀ ତାଙ୍କ ଏରିଅର ଟଙ୍କା ପାଇବାକୁ ବାରମ୍ବାର ବିଇଓଙ୍କ କାର୍ଯ୍ୟାଳୟ ଦୌଡ଼ୁଥିଲେ । ତେବେ ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ଏରିଅର ବିଲ୍ କରାଇଦେବାକୁ କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବିଜୟିନୀଙ୍କ ଭାଇ ବିନୟ ତ୍ରିପାଠୀ ଭିଜିଲାନ୍ସକୁ ଜଣାଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ବିଜୟିନୀ ଗତକାଲି ରାତି ପ୍ରାୟ ୧୧ଟା ବେଳେ ବିଇଓ କାର୍ଯ୍ୟାଳୟରେ ପ୍ରଦୀପ୍ତଙ୍କୁ ଲାଞ୍ଚ ଟଙ୍କା ଦେଉଥିଲେ। ଉକ୍ତ ସମୟରେ ସେଠାରେ ଛପି ରହିଥିବା ଖୋର୍ଦ୍ଧା ଏବଂ ଭୂବନେଶ୍ୱରର ଭିଜିଲାନ୍ସ ଟିମ୍ ସେଠାରେ ତାଙ୍କୁ ମାଡି ବସିଥିଲେ। ସେମାନେ ପ୍ରଦୀପ୍ତଙ୍କ ନିକଟରୁ ରାସାୟନିକ ପ୍ରଲେପ ବୋଳା ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କୁ ଗିରଫ କରି ଖୋର୍ଦ୍ଧା ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି। ଏହାପରେ ତାଙ୍କ ସରକାରୀ ବାସଗୃହ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢଉ କରାଯାଉଥିବା ଭିଜିଲାନ୍ସ ଡିଏସପି ବ୍ରଜବନ୍ଧୁ ସାହୁ ସୂଚନା ଦେଇଛନ୍ତି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..