ରିପୋର୍ଟ କାର୍ଡ / ବାଲେଶ୍ବର
ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ମୁଖ୍ୟଯନ୍ତ୍ରୀଙ୍କ ବ୍ରହ୍ମପୁର ପୈତୃକ ଘର, ଭୁବନେଶ୍ୱର, ଫୁଲବାଣୀ, କେଉଁଝର ଏବଂ ବାଲେଶ୍ୱର ସମେତ ୧୧ଟି ଜାଗାରେ ଏକା ବେଳେ ଚଢଉ କରାଯାଇଥିଲା। ଏହି ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଥିଲେ। ଚଢ଼ଉ ବେଳେ ୩.୪୩ କୋଟିର ସ୍ଥାୟୀ ଜମା, ୪୬ ଲକ୍ଷ ଟଙ୍କା ନଗଦ ,ସୁନା, ୨ଟି କୋଠା ଓ ୪ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଆଜି ଏନ ଭି ହରିହର ରାଓଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..