ରିପୋର୍ଟ କାର୍ଡ / କୋରାପୁଟ
କୋରାପୁଟ ଜିଲ୍ଲାରେ କୋଟିପତି ଶିକ୍ଷକ ଶିଶିର କୁମାର ସେମିଳିଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଶିକ୍ଷକ ଶିଶିରଙ୍କୁ ହାଜର କରାଯିବ । ଚଢ଼ାଉ ବେଳେ ୪.୧୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି । ଏହା ସହିତ ତାଙ୍କର ୪ଟି ବହୁତଳ ପ୍ରାସାଦ, ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧୨ ଲକ୍ଷ ଟଙ୍କାର ଗହଣା ଜବତ କରାଯାଇଛି । ଏହା ସହିତ ୨.୮୮ ଲକ୍ଷ ଟଙ୍କା, ୨.୮୩ ଲକ୍ଷର ବୀମା ପ୍ରମାଣପତ୍ର ମଧ୍ୟ ଜବତ ହୋଇଛି । ଗତକାଲି ୬ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ୩୫ଟି ଆଜବେଷ୍ଟସ ଛାତ ଘର ମଧ୍ୟ ଠାବ ହୋଇଥିବା ସୂଚନା ମିଳିଛି ।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……