Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଏ ଏସ ଆଇ….

ରିପୋର୍ଟ କାର୍ଡ / ବାରିପଦା

୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାରିପଦା ଟାଉନ ଥାନା ଏ ଏସ ଆଇ ରାମଚନ୍ଦ୍ର ସୋରେନ। ବାରିପଦା ଭଜିଲାନ୍ସ ଆଡିସନାଲ ଏସ ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଯାଇଥିଲା ଟିମ୍ । ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଠାରୁ ଏକ ମାମଲାରୁ ନାମ କାଟିବା ଲାଗି ଏ ଏସ ଆଇ ରାମଚନ୍ଦ୍ର ସୋରେନ ନେଉଥିଲେ ଲାଞ୍ଚ। ଅଭିଯୁକ୍ତ ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସାମାନାରେ ଏହି ଟଙ୍କା ନେଉଥିଲେ। ସୂଚନା ଅନୁସାରେ ଏକ ପାରିବାରିକ ଗଣ୍ଡଗୋଳକୁ ନେଇ ଅଭିଯୋଗକାରୀଙ୍କ କକା ଓ ଖୁଡ଼ୀ ସେମାନଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ଏକ ମିଥ୍ୟା ମାମଲା କରିଥିଲେ। ଦୀର୍ଘ ମାସ ପରେ ହଠାତ୍ ଏ ଏସ ଆଇ ରାମଚନ୍ଦ୍ର ସୋରେନ ତାଙ୍କ ଘରକୁ ଆସି ପୁଅର ନାମ କାଟିବାକୁ ୭ ହଜାର ଟଙ୍କା ମାଗିଥିଲେ। ପରେ ଭିଜିଲାନ୍ସକୁ ଖବର ଦେଇ ଆଜି ଶୁଭ୍ରାଂଶୁ ସମ୍ପୃକ୍ତଏ ଏସ ଆଇ ରାମଚନ୍ଦ୍ର ସୋରେନଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା ଏ ଏସ ଆଇ ରାମଚନ୍ଦ୍ର ସୋରେନ ଙ୍କୁ ପରେ ତାଙ୍କ ଅଫିସ ସହିତ ଘରେ ମଧ୍ୟ ତନାଘନା କରୁଛି ଭିଜିଲାନ୍ସ।

Breaking News