ରିପୋର୍ଟ କାର୍ଡ / ଭୁବନେଶ୍ବର
ଲୁଚକାଳି ଖେଳି ଶେଷରେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଟିମ୍ କୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଫେରାର ହୋଇ ଯାଇଥିବା କୁହାଯାଇଥିଲା। ଅପରାହ୍ନ ରେ ସେ ସେଠାରୁ ବାହାରିଛନ୍ତି। ପଡ଼ୋଶୀଙ୍କ ଘରୁ ଭିଜିଲାନ୍ସ ଅଧିକାରୀମାନେ ସୁନୀଲଙ୍କୁ କାବୁ କରି ନିଜ ହେପାଜତକୁ ନେଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ପ୍ରାୟ ୪ଟା ବେଳେ ସୁନୀଲଙ୍କ ଜାଗମରାସ୍ଥିତ ଘରେ ଭିଜିଲାନ୍ସ ଟିମ୍ ପହଞ୍ଚିଥିଲା। ମାତ୍ର ଭିଜିଲାନ୍ସ ଟିମ୍କୁ ଦେଖି ସୁନୀଲ ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର ହୋଇ ଯାଇଥିଲେ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..