ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବସନ୍ତଙ୍କ ଘର ସମେତ ୧୦ଟି ସ୍ଥାନରେ ଏହି ଚଢ଼ଉ ଚାଲିଛି।
ଭୁବନେଶ୍ୱର, ବୌଦ୍ଧ ଥିବା ଭଡ଼ା ଘର ଓ ଅଫିସସ, ଗଞ୍ଜାମ ଜିଲ୍ଲାରେ ଥିବା ପୈତୃକ ଘର, ବ୍ରହ୍ମପୁର ଓ ଭଂଜନଗର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବସନ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ୬ମାସ ତଳେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଛି।






More Stories
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..
ଆଜି ଓଡ଼ିଶା ଆସିବେ ସ୍ଥଳ ସେନା ମୁଖ୍ୟ……
୨୪ ରେ ବାରବାଟୀ ଟି-୨୦……