ରିପୋର୍ଟ କାର୍ଡ / ବାଲେଶ୍ଵର
କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲନ୍ସ ରେଡ଼ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। ସୂଚନାନୁଯାୟୀ, ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵରସ୍ଥିତ ଅଫିସ, ରାୟଗଡା କସ୍ତୁରିନଗର ସ୍ଥିତ ପୈତୃକ ଘର, ବିଶାଖାପାଟନମ୍ ଛିନ୍ନଗଦିଲିସ୍ଥିତ ଫ୍ଲାଟ, ଭୁବନେଶ୍ବର ସୁନ୍ଦରପଦାରେ ଥିବା ଫ୍ଲାଟ, ମୟୁରଭଞ୍ଜ ବାରିପଦା ମୁର୍ଗାବାଡିସ୍ଥିତ ସରକାରୀ ବାସଭବନରେ ଚଢାଉ ଚାଲିଛି । ଭୁବନେଶ୍ଵର ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ରେଡ୍ ହୋଇଛି । ଏହି ଚଢାଉରେ ୩ ଜଣ ଡିଏସ୍ପି, ୧୨ ଜଣ ଇନସ୍ପେକ୍ଟର, ୨ ଜଣ ସବ୍ ଇନସ୍ପେକ୍ଟର, ୫ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।






More Stories
୧୦ରେ ରାଜ୍ୟ କ୍ୟାବିନେଟ୍…..
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..