ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରରେ ଭିଜିଲାନ୍ସ ଚଢଉ କରିଛି। ଆଜି ସକାଳୁ ଓଡ଼ିଶା ଭିଜିଲାନ୍ସ ଟିମ୍ ୫ଟି ସ୍ଥାନରେ ଚଢଉ କରିଛନ୍ତି। ଭୁବନେଶ୍ୱର ଏବଂ ପୁରୀ ଜିଲ୍ଲାରେ ଏହି ଚଢଉ ଚାଲିଛି। ଓଡ଼ିଶା ଭିଜିଲାନ୍ସର ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଚଢଉ କରାଯାଉଛି। ଭୁବନେଶ୍ୱର ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ଅନୁସନ୍ଧାନ ଚାଲିଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..