Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଆରଆଇ……

ରିପୋର୍ଟ କାର୍ଡ / ଜଗତସିଂହପୁର

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ବାହାରଣା ସର୍କଲର ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରା। ସେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି। ଜମି ପାର୍ଟିସନ ସୁଟ୍‌ ତଦନ୍ତ ରିପୋର୍ଟ ଦେବା ପାଇଁ ନିକୁଞ୍ଜ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆରଆଇ ରମାକାନ୍ତ ବେହେରା ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଭିଜିଲାନ୍ସ ଟିମ୍‌ ହାତରେ ଧରା ପଡ଼ିଥିବା ଜଣାପଡିଛି । ଭିଜିଲାନ୍ସ ଟିମ୍ ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରି ତଦନ୍ତ ଜାରି ରଖିଛି। କଟକ ଓ ଜଗତସିଂହପୁର ଭିଜିଲାନ୍ସ ଟିମ ତରଫରୁ ଆରଆଇ ରମାକାନ୍ତ ବେହେରାଙ୍କ ବାହାରଣା ଅଫିସ, କଣ୍ଟିଲୋ ସ୍ଥିତ ପୈତୃକ ବାସଭବନ ଓ କିଶନ ନଗର ସ୍ଥିତ ଭଡ଼ା ଘରେ ମିଳିତ ଚଢ଼ାଉ କରାଯାଇଥିବା ଜଗତସିଂହପୁର ଭିଜିଲାନ୍ସ ଇନ୍ସପେକ୍ଟର ଅନୁପମା ସାହୁ ସୂଚନା ଦେଇଛନ୍ତି।

Breaking News