ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି | ଭିଜିଲାନ୍ସ ପକ୍ଷରୁ ୭ ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛନ୍ତି | ମିଳିଥିବା ସୂଚନା ମୁତାବକ ବିଶ୍ବବନ୍ଧୁଙ୍କର ଭଦ୍ରକ ତୋରଣପଡାରେ ଥିବା ପୈତୃକ ବାସଭବନ, ଭିଏସଏସ ନଗରରେ ଥିବା ଦୁଇ ମହଲା କୋଠା, ରାଜଧାନୀ ଉପକଣ୍ଠ ରୁଦ୍ରପୁରରେ ଥିବା ଆସୋଟେକ ପ୍ରାଇଡରେ ତିନି ବେଡ଼ରୁମ ଫ୍ଲାଟ, ଭଦ୍ରକ ମଠସାହିରେ ଥିବା କୋଠା ସହ ଅଫିସ ଓ ସରକାରୀ ବାସଭବନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି |






More Stories
କଂଗ୍ରେସ ଛାଡ଼ି ପାରନ୍ତି ସୋଫିଆ ଫିର୍ଦୋସ…..
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..