Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଜିଆରଏସ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମନେରଗା କାର୍ଯ୍ୟର ମଷ୍ଟର ରୋଲ ପ୍ରସ୍ତୁତି ପାଇଁ ଜଣେ ଜବ୍‌ କାର୍ଡଧାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅଧୀନ ବଡ୍‌କର୍ଲାକୋଟ ଜିଆରଏସ୍‌ ଏମ୍‌. ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ ଜବ୍‌ କାର୍ଡଧାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ମନେରଗା ଯୋଜନାରେ ଚାଲିଥିବା କାର୍ଯ୍ୟର ମଷ୍ଟର ରୋଲ୍‌ ପ୍ରସ୍ତୁତି ଏବଂ ପେମେଣ୍ଟ ସୁନିଶ୍ଚିତ କରିବା ପାଇଁ ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍ଗେରେଟ୍‌ ପାଣିଗ୍ରାହୀ ୧୫ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ | ଶ୍ରୀମତୀ ପାଣିଗ୍ରାହୀ ଆଜି ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ରଂଗବୋଳା ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ଟିମ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି |

Breaking News