Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଜିଆରଏସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭିଜିଲାନ୍ସ ଜାଲରେ ଜିଆରଏସ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ଵର କଳାରାହଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ ବାବୁଲି ଚରଣ ପଢ଼ିହାରୀ ଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଛି । ଏକକାଳୀନ ଭୁବନେଶ୍ୱରର ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରିରଖିଛି । ଏହି ଚଢ଼ାଉରେ ୩ଜଣ ଡିଏସ୍‌ପି ଓ ୧୦ ଜଣ ଇନିସପେକ୍ଟର ସାମିଲଥିବା ବେଳେ ଅନ୍ୟ କର୍ମଚାରୀ ମଧ୍ୟ ନିୟୋଜିତ ରହିଛନ୍ତି । ଭୁବନେଶ୍ୱରର ରଘନାଥପୁର ମାଉସୀ ମା’ ମନ୍ଦିର ନିକଟରେ ଥିବା ତିନି ମହଲା ଘର, ରଘୁନାଥପୁରରେ ଥିବା ପୈତୃକ ଘର ସହ ରଘୁନାଥପୁରରେ ଥିବା ଅନ୍ୟ ଦୁଇ ମହଲା ଘର ଓ ଗୋଟିଏ ଆଜବେଷ୍ଟସ୍‌ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଖାଲି ସେତିକି ନୁହେଁ ଭୁବନେଶ୍ଵର ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟ ସହିତ କଳାରାହାଙ୍ଗ ସ୍ଥିତ ଅଫିସରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଛନ୍ତି ।

Breaking News