ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ାର କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ନାଁରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ଜଣାପଡ଼ିଛି । ଦୁଷ୍ମନ୍ତଙ୍କ ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ନିମାପଡ଼ା, ଭୁବନେଶ୍ୱର, ଢେଙ୍କାନାଳରେ ଥିବା ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ତାହା ସହ ଶ୍ୱଶୁରଘର ଓ ଫାର୍ମ ହାଉସରେ ମଧ୍ୟ ଭିଜିଲାନ୍ସ ଟିମ୍ ଟିକନିଖ୍ କରି ଯାଞ୍ଚ କରୁଛି । ଏହି ଚଢ଼ାଉରେ ଭିଜିଲାନ୍ସର ବହୁ ଅଧିକାରୀ ସାମିଲ ହୋଇଛନ୍ତି । ଏଯାଏ କେତେ ପରିମାଣର ସମ୍ପତ୍ତି ଠାବ କରାଗଲାଣି ତାହା ଜଣାପଡ଼ିନାହିଁ ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….