Report Card Odisha

| Daily Odia News

ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ଼…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଛି ୪କୋଟିରୁ ଅଧିକ ଟଙ୍କା । ଭୁବନେଶ୍ୱର ସ୍ଥିତ ଫ୍ଲାଟରୁ ୪କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ଏହା ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ବୋଲି କୁହାଯାଉଛି । ଗତକାଲି ରାତିରେ ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବିକ୍ରେତାଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କ ପଟିଆ ସ୍ଥିତ ଆବାସିକ ଫ୍ଲାଟ, ଭଦ୍ରକର ମଠସାହିରେ ଥିବା ପୈତୃକ ଘର ଏବଂ କଟକରେ ଥିବା କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରାଯାଇଥିଲା । ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଚଢାଉ ବେଳେ ପଟିଆ ସ୍ଥିତ ଫ୍ଲାଟରୁ ଏକ ଟ୍ରଲି ବ୍ୟାଗ ଏବଂ ଆଲମିରାରେ ଲୁଚାଇ ରଖାଯାଇଥିବା ୪କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ତେବେ ନଗଦର ସଠିକ୍‌ ପରିମାଣ ଜାଣିବା ପାଇଁ ଗଣନା ଚାଲିଛି । ନଗର ଜବତ ହୋଇଥିବା ଏତେ ପରିମାଣର ଟଙ୍କା ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ବୋଲି କୁହାଯାଇଛି । ନଗତ ସହିତ ଦେବବ୍ରତଙ୍କ କାର୍ଯ୍ୟାଳୟରୁ ୧.୨୦ଲକ୍ଷ ଟଙ୍କା ଜବତ କରାଯାଇଛି । ଅନ୍ୟ ସମ୍ପତ୍ତି ଗୁଡିକର ମଧ୍ୟ ଠାବ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ପାହାଳରେ ପ୍ରାୟ ୨୪୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଏକ ବିଳାସପୂର୍ଣ୍ଣ ଦୁଇ ମହଲା କୋଠ, ୧୩୦ଗ୍ରାମ ସୁନା ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି ।

Breaking News