ରିପୋର୍ଟ କାର୍ଡ / କଟକ
ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ଼ ହୋଇଛି । କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନିଲ କୁମାର ସାହୁ ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ଭିଜିଲାନ୍ସ ରେଡ଼ କରିଛି | ଆଜି ଭିଜିଲାନ୍ସ ଟିମ୍ ସରପଞ୍ଚଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଜାରିରଖିଛି ।ସୂଚନା ଅନୁସାରେ- ମନେରେଗା ଯୋଜନା ସମେତ କୋଭିଡ ସମୟରେ ଆସିଥିବା ଅର୍ଥ ତଥା ଆହୁରି ବହୁ ଯୋଜନାର ଅର୍ଥକୁ ସୁନିଲ କୁମାର ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୂର୍ବରୁ ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଲୋକାୟୁକ୍ତ ଏଡାର ତଦନ୍ତ ଭାର ଭିଜିଲାନ୍ସକୁ ଦେଇଥିଲେ। ଆଜି ଏକକାଳୀନ ଭିଜିଲାନ୍ସ ସୁନୀଲଙ୍କ ଘର ସମେତ ତାଙ୍କ ଶ୍ୱଶୁର ଘର ଓ ପେଟ୍ରୋଲ ଟାଙ୍କିରେ ବି ଚଢ଼ାଉ ହୋଇଛି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..