ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯେଉଁଠି ରାଜ୍ୟକୁ ଦୁର୍ନୀତିମୁକ୍ତ କରିବାକୁ ନିର୍ଦେଶ ଦିଆଯାଉଛି ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହେଉଛି, ସେହି କାର୍ଯ୍ୟାଳୟର ଅଧିକାରୀ ବି ଦୁର୍ନୀତି କରିଛନ୍ତି। ଲୋକସେବା ଭବନରେ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରଶାସନିକ ଅଧିକାରୀ ଓଏଏସ୍ ସଂଗ୍ରାମ କେଶାରୀ ଜେନା ଏହାର ଉଦାହରଣ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଲୋକସେବା ଭବନ ସ୍ଥିତ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ଆଲିସାନ କୋଠା, ମାଳ ମାଳ ପ୍ଲଟ୍ ସାଙ୍ଗକୁ ବ୍ୟାଙ୍କରେ ବିପୁଳ ଟଙ୍କା ଓ ସୁନା ଗହଣା ଦେଖି ଭିଜିଲାନ୍ସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏଯାଏଁ ୩ କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଶ୍ରୀ ଜେନାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୪ଟି ଟିମ୍ ରାଜଧାନୀଠାରୁ ଆରମ୍ଭ କରି ଖୋର୍ଦ୍ଧା, ଟାଙ୍ଗୀ ଏବଂ ବାଣପୁରରେ ଚଢ଼ଉ କରାଯାଇଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..