Report Card Odisha

| Daily Odia News

ପିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ…..

ରିପୋର୍ଟ କାର୍ଡ / ଭଦ୍ରକ

ଭିଜିଲାନ୍ସ ଜାଲରେ ହାଟଡ଼ିହି ବ୍ଲକ୍ ପିଇଓ । ଆନନ୍ଦପୁର ହାଟଡ଼ିହି ବ୍ଲକ୍ ପିଇଓ ଜିତେନ୍ଦ୍ର ଜେନାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଓ ବାଲେଶ୍ୱରର ଭିଜିଲାନ୍ସ ଟିମ ମିଳିତଭାବେ ରେଡ୍ କରାଯାଉଛି । ବସନ୍ତିଆସ୍ଥିତ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ ଚାଲିଛି । ୪ ଜଣ ଡିଏସପି ଓ ୮ ଜଣ ଇନସପେକ୍ଟର ଏଥିରେ ସାମିଲ ରହିଛନ୍ତି। ଚଣ୍ଡିବିରଞ୍ଚିପୁରରେ ୩ ତାଲା ଘର, ବସନ୍ତିଆଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଗୃହ, ବିଦ୍ୟାଧରପୁରରେ ଥିବା ଇଲେକ୍ଟ୍ରୋନିକ ଦୋକାନ, ପଢିଆରିପଲ୍ଲୀରେ ସମ୍ପର୍କୀୟଙ୍କ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଏକକାଳୀନ ରେଡ ଚାଲିଛି ।

Breaking News