Report Card Odisha

| Daily Odia News

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ….

ରିପୋର୍ଟ କାର୍ଡ / ଆଠଗଡ଼

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରିରହିଛି | ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମନଗରସ୍ଥିତ ଶ୍ରୀ ଏନକ୍ଲେଭ୍ ଆପାର୍ଟମେଣ୍ଟରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା,ରାଜ ସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ ଓ କ୍ୱାର୍ଟସରେ ରେଡ୍ କରାଯାଇଛି। ଏହି ଚଢ଼ାଉରେ ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି।

Breaking News