ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୨୭ ବର୍ଷ ପରେ ଆଜି ଦିଲ୍ଲୀରେ ବିଜେପି ସରକାର ଗଠନ କରିଛି । ରାମଲୀଳା ମୈଦାନରେ ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଉଛନ୍ତି । ସେପଟେ ଦିଲ୍ଲୀ ବିଧାନସଭାର ବାଚସ୍ପତି ହେବେ ବିଜେନ୍ଦ୍ର ଗୁପ୍ତା । ଉପାଧ୍ୟକ୍ଷ ଭାବେ ମୋହନ ସିଂ ବିଷ୍ଟ ଚୟନ ହୋଇପାରନ୍ତି । ସୂତ୍ର ସୂଚନା ମୁତାବକ ଶପଥ ଗ୍ରହଣ ପରେ ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇପାରେ ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..