ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଶାସନିକ ସେବାରେ ଚାକିରି ପାଇବା ପରେ ଦୁଇ ଭାଇ ଏବେ ଦୁଇ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ହେବା ଘଟଣା ଖୁବ ଚର୍ଚ୍ଚାରେ ରହିଛି। ଡିଜିପି ଦୁଇ ଭାଇ ହେଲେ ଆଇପିଏସ ଅଧିକାରୀ ବିକାଶ ସହାୟ ଏବଂ ବିବେକ ସହାୟ। ଗତକାଲି ମୁଖ୍ୟ ନିର୍ବାଚନ କମିଶନର ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟ ସରକାର ବିବେକ ସହାୟଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ବିବେକ ସହାୟ ପୂର୍ବରୁ ହୋମଗାର୍ଡର ମହାନିର୍ଦ୍ଦେଶକ ତଥା କମାଣ୍ଡାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ। ବିକାଶ ସହାୟ ଗୁଜରାଟ ପୋଲିସ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ବେଳେ ପଶ୍ଚିମବଙ୍ଗ ସରକାର ବିବେକ ସହାୟଙ୍କୁ ରାଜ୍ୟ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..